logo

ଓଡିଶାରେ ଡବଲ ଇଞ୍ଜିନ୍ ସରକାର ହେବ : ମୋଦି

ବ୍ରହ୍ମପୁର : ଜୟ ଜଗନ୍ନାଥ , ଜୟ ଶ୍ରୀରାମ କହି ଭାଷଣ ଆରମ୍ଭ କଲେ ମୋଦି । ବ୍ରହ୍ମପୁରରେ ସଭାରେ ମୋଦିଙ୍କ ବକ୍ତବ୍ୟ । କାଲି ମୁଁ ରାମଲାଲାଙ୍କ ଦର୍ଶନ କଲି । ଆଜି ମହାପ୍ରଭୁ ଜଗନ୍ନାଥଙ୍କ ଭୂମିରେ ଆପଣଙ୍କ ଆଶୀର୍ବାଦ ପାଇଁ ଆସିଛି । ପ୍ରଭୁ ରାମଲାଲାଙ୍କ ମନ୍ଦିର ମୋଦି ନୁହେଁ , ଆପଣଙ୍କ ଭୋଟ ନିର୍ମାଣ କରିଛି । ରାମଲାଲାଙ୍କ ମନ୍ଦିର ୫ଶହ ବର୍ଷର ଅପେକ୍ଷାର ଅନ୍ତ । ଓଡିଶାରେ ଏଥର ୨ ଯଜ୍ଞ, ଏକା ସାଥିରେ ହେଉଛି । ଗୋଟିଏ ଯଜ୍ଞ କେନ୍ଦ୍ରରେ ତୃତୀୟବାର ସରକାର ପାଇଁ ହେଉଛି । ଓଡିଶାରେ ବିଜେପି ନେତୃତ୍ୱର ମଜବୁତ ରାଜ୍ୟ ସରାର ପାଇଁ ହେଉଛି । ଓଡିଶାରେ ପ୍ରଥମ ଥର ପାଇଁ ଡବଲ ଇଞ୍ଜିନ୍ ସରକାର ହେବାକୁ ଯାଉଛି । ଓଡିଶାର ସର୍ବାଙଗୀନ ବିକାଶ ପାଇଁ ସଂକଳ୍ପ ପତ୍ର ଘୋଷଣା ହୋଇଛି । ବିଜେପି ଯାହା କହେ , ତାହା କରି ଦେଖାଏ କହିଲେ ମୋଦି । ଏଠାରେ ସରକାର ହେଲାପରେ ସମସ୍ତ ଘୋଷଣା କାର୍ଯ୍ୟକାରୀ ହେôବ । ଏହା ଗ୍ୟାରେଣ୍ଟି ଦେଉଛି ମୋଦି ।

5
716 views